ଡାଏବେଟିସ ଇନସିପିଡସ
ଡାଏବେଟିସ ଇନସିପିଡସ | |
---|---|
ବିଭାଗ | ଅନ୍ତଃସ୍ରାବୀ ବିଜ୍ଞାନ (Endocrinology) ପ୍ରତିଶବ୍ଦ- ପିଟୁଇଟାରି ଡାଏବେଟିସ ଇନସିପିଡସ (Pituitary diabetes insipidus) |
ଲକ୍ଷଣ | ପ୍ରଚୁର ପରମାଣର ପତଳା (dilute) ପରିସ୍ରା, ଅତ୍ୟଧିକ ଭୋକ [୧] |
ଆକ୍ରାନ୍ତ ସମୟ | ଯେ କୌଣସି ବୟସ[୨][୩] |
କାରଣ | ପ୍ରକାର ଉପରେ ନିର୍ଭର[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | ପରିସ୍ରା ପରୀକ୍ଷା (Urine tests), ରକ୍ତ ପରୀକ୍ଷା blood tests, ଫ୍ଲୁଇଡ ଡେପ୍ରିଭେସନ ଟେଷ୍ଟ (fluid deprivation test)[୧] |
ସଠିକ ରୋଗ ନିର୍ଣ୍ଣୟ | ଭେଦାତ୍ମକ ନିର୍ଣ୍ଣୟ - ମଧୁମେହ [୧] |
ଔଷଧ | ଡେସମୋପ୍ରେସିନ, ଥିଆଜାଇଡସ (thiazides), ଆସ୍ପିରିନ [୧] |
ଚିକିତ୍ସା | ପ୍ରଚୁର ଜଳ ପାନ [୧] |
Prognosis | ଚିକିତ୍ସାରେ ଉନ୍ନତି ହୁଏ । [୧] |
ପୁନଃପୌନିକ | ଏକ ଲକ୍ଷ ଲୋକରେ ବାର୍ଷିକ ୩ ଜଣ ଆକ୍ରାନ୍ତ ହୁଅନ୍ତି ।[୪] |
ଡାଏବେଟିସ ଇନସିପିଡସ ବା ଡିଆଇ (ଇଂରାଜୀ ଭାଷାରେ Diabetes insipidus ବାDI) ଏକ ପ୍ରକାର ରୋଗ (condition) ଯେଉଁଥିରେ ପଲିୟୁରିଆ ବା ପ୍ରଚୁର ପରିମାଣର ପତଳା ପରିସ୍ରା (large amounts of dilute urine) ହୁଏ ଓ ପଲିଡିପସିଆ ବା ଅତ୍ୟଧିକ ଶୋଷ (increased thirst) ହୁଏ ।[୧] ଏହି ପରିସ୍ରାର ପରିମାଣ ଦୈନିକ ୨୦ ଲିଟର ପର୍ଯ୍ୟନ୍ତ ହୋଇପାରେ ।[୧] ପରିସ୍ରାର ସାନ୍ଦ୍ରତା ଉପରେ ତରଳ ପଦାର୍ଥ କମ କଲେ ମଧ୍ୟ କୌଣସି ପ୍ରଭାବ ପଡ଼େନାହିଁ ।[୧] ରୋଗ ଜଟିଳ ହେଲେ ନିର୍ଜଳନ (dehydration) ବା ଅପସ୍ମାର ବାତ ହୋଇପାରେ । [୧]
ଚାରି ପ୍ରକାର ଡିଆଇ ରୋଗ ଦେଖାଯାଏ । [୧] ଯଥେଷ୍ଟ ଭାସୋପ୍ରେସିନ (vasopressin) ବା ଆଣ୍ଟିଡାଇୟୁରେଟିକ ହରମୋନ (antidiuretic hormone) ଅଭାବ ଯୋଗୁ କେନ୍ଦ୍ରୀୟ ବା ସେଣ୍ଟ୍ରାଲ ଡିଆଇ ରୋଗ ହୁଏ ।[୧] ହାଇପୋଥାଲାମସ (hypothalamus) ବା ପିଟୁଇଟାରି ଗ୍ରନ୍ଥି (pituitary gland) ଆଘାତ ଯୋଗୁ ବା ଜେନେଟିକ (genetics) କାରଣ ଯୋଗୁ ଏହି ରୋଗ ହୁଏ ।[୧] ଭାସୋପ୍ରେସିନ ହରମୋନକୁ ବୃକ୍କ ସଠିକ ଭାବରେ ନକଲେ ନେଫ୍ରୋଜେନିକ ଡିଆଇ (Nephrogenic diabetes insipidus ବା (NDI) ହୁଏ ।[୧] ହାଇପୋଥାଲାମସରେ ଶୋଷ (thirst) ମେକାନିଜ୍ମରେ ତୃଟି ରହିଲେ ଡିପସୋଜେନିକ ଡିଆଇ ହୁଏ ଓ ଗର୍ଭାବସ୍ଥାରେ ଜେସ୍ଟେସନାଲ ଡିଆଇ ରୋଗ ହୁଏ ।[୧] ପରିସ୍ରା ପରୀକ୍ଷା (urine tests), ରକ୍ତ ପରୀକ୍ଷା (blood tests) ଓ ଫ୍ଲୁଇଡ ଡେପ୍ରାଇଭେସନ (fluid deprivation test) ଟେଷ୍ଟ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[୧] ମଧୁମେହ ବା ଡାଏବେଟିସ ମେଲାଇଟସ ଏକ ପୃଥକ ରୋଗ ଯେଉଁଥିରେ ଡିଆଇ ରୋଗ ଭଳି ପ୍ରଚୁର ପରିସ୍ରା ହୁଏ ।[୧]
ଏହି ରୋଗରେ ନିର୍ଜଳନରୁ ରକ୍ଷା କରିବା ନିମନ୍ତେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ।[୧] ରୋଗର ପ୍ରକାର ଅନୁସାରେ ଅନ୍ୟାନ୍ୟ ଚିକିତ୍ସା କରାଯାଏ ।[୧] ସେଣ୍ଟ୍ରାଲ ଓ ଜେସ୍ଟେସନାଲ ଡିଆଇରେ ଡେସମୋପ୍ରେସିନ ଦିଆଯାଏ ।[୧] ନେଫ୍ରୋଜେନିକ ରୋଗରେ ଅନ୍ତର୍ନିହିତ ରୋଗ ଅନୁସାରେ ବା ଥିଆଜାଇଡ (thiazide), ଆସ୍ପିରିନ ବା ଆଇବୁପ୍ରୋଫେନ୍ ଦିଆଯାଏ ।[୧] ପ୍ରତି ୧୦୦,୦୦୦ ଲୋକରେ ବାର୍ଷିକ ୩ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୪] ଦଶରୁ କୋଡ଼ିଏ ବର୍ଷ ବୟସ ମଧ୍ୟରେ ସେଣ୍ଟ୍ରାଲ ଡିଆଇ ପୁରୁଷ ଓ ମହିଳାଙ୍କୁ ସମ ଭାବରେ ଆକ୍ରମଣ କରେ ।[୨] ନେଫ୍ରୋଜେନିକ ଡିଆଇ ଯେକୋଣସି ବୟସରେ ଆରମ୍ଭ ହୋଇପାରେ ।[୩] ଡାଏବେଟି ଶବ୍ଦଟି ଏକ ଗ୍ରୀକ ଶବ୍ଦରୁ ନିଆଯାଇଛି ଯାହାର ଇଂରାଜୀ ପ୍ରତିଶବ୍ଦ ସାଇଫନ (siphon) ।[୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ ୧.୧୯ ୧.୨୦ ୧.୨୧ "Diabetes Insipidus". National Institute of Diabetes and Digestive and Kidney Diseases. October 2015. Archived from the original on 13 May 2017. Retrieved 28 May 2017.
- ↑ ୨.୦ ୨.୧ "Central Diabetes Insipidus". NORD (National Organization for Rare Disorders). 2015. Archived from the original on 21 February 2017. Retrieved 28 May 2017.
- ↑ ୩.୦ ୩.୧ "Nephrogenic Diabetes Insipidus". NORD (National Organization for Rare Disorders). 2016. Archived from the original on 19 February 2017. Retrieved 28 May 2017.
- ↑ ୪.୦ ୪.୧ Saborio P, Tipton GA, Chan JC (2000). "Diabetes Insipidus". Pediatrics in Review. 21 (4): 122–129. doi:10.1542/pir.21-4-122. PMID 10756175.
- ↑ Rubin, Alan L. (2011). Diabetes For Dummies (in ଇଂରାଜୀ) (3 ed.). John Wiley & Sons. p. 19. ISBN 9781118052488. Archived from the original on 2017-09-08.